ଦେଶ ପାଳୁଛି ଆଜାଦୀକା ଅମୃତ ମହୋତ୍ସବ

() ସ୍ଵାଧିନତାର ୭୫ ବର୍ଷ ଅବସରରେ ଦେଶ ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି। ଏହି ଅବସରରେ ଆସନ୍ତାକାଲି ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକ ପକ୍ଷରୁ ବ୍ୟାପକ ଋଣ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସାରା ଦେଶର ସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବା ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମରେ ବ୍ୟାଙ୍କ ଗ୍ରାହକ ଏବଂ ଜନସାଧାରଣଙ୍କ ଋଣ ସୁବିଧା ସଂକ୍ରାନ୍ତ ସମସ୍ତ ସମସ୍ୟା ଦୂର କରାଯିବ ।

ଏଥିସହିତ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ପଞ୍ଜିକୃତ କରାଯିବ । ସବୁ ସରକାରୀ ବ୍ୟାଙ୍କ ଓ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଦ୍ବାରା ଏହିସବୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜୁନ୍ ୬ରୁ ୧୨ ତାରିଖ, ୨୦୨୨ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଆଇକନିକ ସପ୍ତାହ ସମାରୋହର ଅଂଶବିଶେଷ ସ୍ବରୂପ ଏହି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ପରିକଳ୍ପନା କରାଯାଇଛି ।

ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନସନ ଯୋଜନା ଭଳି ଜନ ସୁରକ୍ଷା ଯୋଜନାରେ ଗ୍ରାହକମାନଙ୍କୁ ସାମିଲ କରିବେ ବ୍ୟାଙ୍କ । ଗ୍ରାହକଙ୍କୁ ବ୍ୟାଙ୍କ ସେବା ସମ୍ପର୍କରେ ସଚେତନ କରିବେ ଏବଂ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜନ କରିବେ ।

https://thetopmost.in/a-space-hotel-now-build-by-scientist/

https://thetopmost.in/odishas-famous-tribal-art-saree/

SHARE BY